ମଠକରଗୋଳା ମହାବିଦ୍ୟାଳୟର ଛାତ୍ରୀ ନିବାସ ର ଶିଳାନ୍ୟାସ

ଭୁବନ (ରାଜ କିଶୋର ରାଉତ): ଭୁବନ ବ୍ଲକ ମଠକରଗୋଳା ମହାବିଦ୍ୟାଳୟର ଛାତ୍ରୀ ନିବାସ ର ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥି ଭାବେ  ଓଡ଼ିଶା ସରକାର  ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ   ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଭିତ୍ତପ୍ରସ୍ତର ସ୍ଥାପନା କରିଥିଲେ ।  କାର୍ଯ୍ୟକ୍ରମରେ ମଠକରଗୋଲା ମହାବିଦ୍ୟାଳୟର ଅଧକ୍ଷ  ଚିତ୍ତରଞ୍ଜନ ଦାସ, ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ଉପଧ୍ୟକ୍ଷl ସୁଭଦ୍ରା ପlତ୍ର, ମହାବିଦ୍ୟାଳୟର ପୂର୍ବତନ ପରିଚାଳନା କମିଟି ସଦସ୍ୟ ଓ ସଦସ୍ୟା  ନଟବର ସାହୁ ଓ ସନ୍ଧ୍ୟାରାଣୀ ନାୟକ, ବିଶିଷ୍ଟ ଶିକ୍ଷାବିତ୍ କାହ୍ନୁ ଚରଣ ନାୟକ ଓ ମଠକରଗୋଳା ଗ୍ରାମ୍ୟ ପରିଚାଳନା କମିଟିର ଉପସଭାପତି ଅଶୋକ କୁମାର ନାୟକ ଓ ଗ୍ରାମର ବିଶିଷ୍ଟ ଭଦ୍ରବ୍ୟକ୍ତି ଗଣଙ୍କ ଉପସ୍ଥିତିରେ ସର୍ବପ୍ରଥମେ ବିଧାୟକ ଉନ୍ନୟନ ପାଣ୍ଠିରେ ନିର୍ମିତ ନୂତନ ଶ୍ରେଣୀ ଗୃହର ଉଦଘାଟନ କରିଥିଲେ ।

ଏକାସାଙ୍ଗରେ ଏକ ନୂତନ ଛାତ୍ରୀ ନିର୍ବlସ ନିର୍ମାଣର ଭିତ୍ତପ୍ରସ୍ତର ସ୍ଥାପନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ସୁଧାଂଶୁ ଶେଖର ପାତ୍ର,  ଅଧ୍ୟାପକ କୈଳାଶ ଚନ୍ଦ୍ର ଦାଶ, ଅଧ୍ୟାପକ ପ୍ରଶାନ୍ତ କୁମାର ମିଶ୍ର, ଅଧ୍ୟାପିକା ସ୍ଵପ୍ନିତା ରାଉତ ଓ କର୍ମଚାରୀ  ସନ୍ତୋଷ କୁମାର ଲେଙ୍କା,  ଫକୀର ମୋହନ ଲେଙ୍କା, ରଣଜିତ ସ୍ୱାଇଁ ଓ ଅଶୋକ କୁମାର ସାହୁ ପ୍ରମୁଖ ସଫଳ କରିବାରେ ସହାୟତା ପ୍ରଦାନ କରିଥିଲେ।

Comments (0)
Add Comment