ଢେଙ୍କାନାଳ ରେ ସମର କବି ବ୍ରଜନାଥ ପ୍ରତିମୂର୍ତ୍ତି କୁ ଅଣଦେଖା : ଢେଙ୍କାନାଳ ଥିଙ୍କର୍ଷ ଫୋରମ ର ପ୍ରତିବାଦ

ଢେଙ୍କାନାଳ : ଢେଙ୍କାନାଳ ଥିଙ୍କର୍ଷ ଫୋରମ  ସହର ର କିଛି ବୁଦ୍ଧିଜୀବୀ ସମର କବି ବ୍ରଜ ନାଥ ବଡ଼ଜେନା ଙ୍କ ପ୍ରତିମୂର୍ତ୍ତି କୁ ଅଣଦେଖା କୁ ପ୍ରତିବାଦ କରିଛନ୍ତି |  ସ୍ଥାନୀୟ ବଳରାମ ମନ୍ଦିର ନିକଟରେ ଥିବା ମୁନିସିପାଲିଟି ପାର୍କ ଭିତରେ   ମାଟିର ବିଶିଷ୍ଟ କବି ସମର ତରଙ୍ଗ ର ରଚୟିତା ବ୍ରଜନାଥ ବଡ଼ଜେନା ଙ୍କ ର ପ୍ରତିମୂର୍ତ୍ତି ଟି ଅତି ଦୟନୀୟ ଅବସ୍ଥାରେ  ସ୍ଥାପିତ ଥିବାର ଦେଖିଥିଲେ |
ବ୍ରଜନାଥ ବଡ଼ଜେନା ଢେଙ୍କାନାଳ ର ପରିଚୟ, ଗର୍ବ ଆଉ ଗୌରବ ହୋଇଥିଲେ ମଧ୍ୟ  ତାଙ୍କୁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାବାସୀ ଙ୍କ ତରଫରୁ ଉପଯୁକ୍ତ ସମ୍ମାନ ଦେବା ବଦଳ ରେ ଅସମ୍ମାନିତ କରାଯଇଥିବା ବିଷୟ କୁ ହୃଦ ବୋଧ କରି ଫୋରମ ର ସଦସ୍ୟ ମାନେ ଦୁଃଖ ଏବଂ କ୍ଷୋଭ ପ୍ରକାଶ କରିଥିଲେ |ତତ କ୍ଷଣାତ ସଦସ୍ୟ ମାନେ ସମ୍ମିଳିତ ହୋଇ ବ୍ରଜ ନାଥ ଙ୍କ ର ପ୍ରତିମୂର୍ତ୍ତି କୁ ସଫା କରି, ପୁଷ୍ପମାଲ୍ୟ ଦେଇ ପୂଜା କରିବା ସହିତ ଜିଲ୍ଲା ପ୍ରଶାସନ ତଥା ସଂସ୍କୃତି ବିଭାଗ ତରଫରୁ ବ୍ରଜନାଥ ଙ୍କୁ ଉପଯୁକ୍ତ ସମ୍ମାନ ପାଇଁ ଦୃଢ ଦାବୀ କରିଥିଲେ |
ଉକ୍ତ କାର୍ଯ୍ୟକ୍ରମ ରେ ଫୋରମ ର ସଭାପତି  ସୋମେନ୍ଦୁ ଶତପଥୀ, ସମ୍ପାଦକ  ପ୍ରକାଶ ଚନ୍ଦ୍ର ରାଉତ, ଉପସଭାପତି  ନିମେଇ ଚରଣ ସାହୁ, ସାମାଜିକ କାର୍ଯ୍ୟକ୍ରମ ପ୍ରମୁଖ ଦେବୀ ପ୍ରସନ୍ନ ପାଣୀ, କୋଷାଧ୍ୟ୍ୟକ୍ଷ  ବୈକୁଣ୍ଠ ନାଥ ଦ୍ବିବେଦୀ, ସାଙ୍ଗଠନିକ ସମ୍ପାଦକ ବିଶ୍ୱଜିତ ବରାଳ, ବରିଷ୍ଠ ସଦସ୍ୟ  ବିନୋଦ ମଲ୍ଲିକ, ରାମଚନ୍ଦ୍ର ଦେବତା, ଫୋରମ ର ପ୍ରସାର ପ୍ରମୁଖ ଭୋଜ ରାଜ ସାହୁ ଙ୍କ ସହ  ବରିଷ୍ଠ ସାମ୍ବାଦିକ ତଥା ଓକିଲ  ମାନସ ରଥ, ଓକିଲ  ଶରତ ସାହୁ, ପୂର୍ବତ୍ତନ ବ୍ୟାଙ୍କ ପରିଚାଳିକା ତଥା ଓକିଲ ଏବଂ କବୟିତ୍ରୀ ନିର୍ମଳା ମହାପାତ୍ର, ସମାଜସେବୀ ପତିତପାବନ ରାଉତ, ବିଶିଷ୍ଟ ଗାଳ୍ପିକ  ସୁଶୀଲ କୁମାର ନନ୍ଦ ଏବଂ ସଂସୃତି ପ୍ରେମୀ ମଦନ ମୋହନ ଦାସ ଉପସ୍ଥିତ ଥିଲେ |
Comments (0)
Add Comment