ବାପଟିଷ୍ଟ ଚର୍ଚ୍ଚ ରେ ବଡଦିନ ପାଳିତ

 ଢେଙ୍କାନାଳ : ଢେଙ୍କାନାଳ ଜୟ ଗୋପାଳ ସାହି ସ୍ଥିତ ବାପଟିଷ୍ଟ ଚର୍ଚ୍ଚ ରେ କୋଭିଡ୍ ନିୟମ ମାନି ବଡ ଦିନ ପାଳିତ ହୋଇଯାଇଛି । ଏଥିରେ ତାଙ୍କ ସମସ୍ତ କର୍ମଚାରୀ ମାନେ ଯୋଗ ଦେଇଥିଲେ। ପିଲା ମାନଙ୍କ ଦ୍ଵାରା ପରିଵେଷିତ ଡ୍ରାମା , ନାଚ, ଗୀତ ଗାଇ ଆଜି ଏହି ବଡ ଦିନ ପର୍ବକୁ ଉତ୍ସାହ ବଢାଇଥିଲେ।
ଯୀଶୁଙ୍କ ଜୀବନୀ ଉପରେ ଆଲୋକ ପାତ କରି ସଭାପତି ପ୍ରେମାନନ୍ଦ ବିହାରୀ ଓ ସମ୍ପାଦକ ରବୀନ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସହ ସମ୍ପାଦକ ଅଭୟା ନନ୍ଦ ବିହାରୀ ଓ ଅମରେନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରିଥିଲେ।
Comments (0)
Add Comment