ବାଇକ୍ ଦୁର୍ଘଟଣାରେ ଯୁବତୀ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲା ପର୍ଜଙ୍ଗ ଥାନା ମହାବୀରୋଡ ଛକ ନିକଟରେ ଭାରସାମ୍ୟ ହରାଇ ଏକ ବାଇକରୁ ଜଣେ ଯୁବତୀ ଭାରସାମ୍ୟ ହରାଇ ଖସିପଡିଥିବା ବେଳେ ତାଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି ।

ସଦରଥାନା ଦେବାହାଳୀ ଗ୍ରାମର ମଲ୍ଲୀ ବେହେରା(୧୮) ବାଇକ ଚଳାଇ ଖମାର ଇଞ୍ଚିଡି ଗ୍ରାମକୁ ଯାଉଥିଲେ । ମହାବିରୋଡଛକ ଠାରେ ଭାରସାମ୍ୟ ହରାଇ ଖସି ପଡିବାରୁ ତାଙ୍କ ମୁଣ୍ଡରେ ଗଭୀର ଅଘାତ ଲାଗିଥିଲା । ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଏବଂ ପରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରୁ କଟକ ସ୍ଥାନାନ୍ତର ସମୟରେ ଯୁବତୀଙ୍କର ମୃତ୍ୟୁ ଘଟିଛି ।

Comments (0)
Add Comment