ଚୈଧୁରୀ ମଲ ତରଫରୁ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

ଗୁଡିଆକାଟେଣି : ଓଡ଼ାପଡ଼ା ବ୍ଲକ ଗୁଡିଆକାଟେଣି ଛକ ନିକଟରେ ଥିବା ଏକ ଚୈଧୁରୀ ମଲ ତରଫରୁ  କିଛି ଅସହାୟ ଗରିବ ବ୍ୟକ୍ତି ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ରେ ଓଡ଼ାପଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାଶରଥି ଜେନା ମୂଖ୍ୟ ଅତିଥି ରୂପେ ଯୋଗଦେଇ ଲୋକ ମାନଙ୍କୁ ଶୀତ ବସ୍ତ୍ର  କମଳ ବଣ୍ଟନ କରିବା ଅବସରରେ କହିଥିଲେ ଯେ  ଚୈଧୁରୀ ମଲ ତରଫରୁ ଅସହାୟ ଗରିବ ବ୍ୟକ୍ତି ମାନଙ୍କୁ ସହାୟତା ପ୍ରଦାନ କରିବା ସହିତ ତାଙ୍କର ସମାଜସେବା କାର୍ଯ୍ୟ କୁ ପ୍ରଶଂସା କରିବା ସହିତ ଏହି ଭଳି ସମାଜ ସେବୀ କାର୍ଯ୍ୟକ୍ରମ ରେ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ତଥା ଶିକ୍ଷାବିତ୍ ରବିନାରାୟଣ ମିଶ୍ର ଓ ଚନ୍ଦ୍ରଶେଖର ସାହୁ, ଯୋଗ ଦେଇଥିଲେ । ଏହା କୁ ପରିଚାଳନା କରୁଥିଲେ ବିଶ୍ବରଂଜନ ସାହୁ, ବିଘ୍ନେଶ୍ୱର ସାହୁ, ବିକାଶ ରଂଜନ ସାହୁ, ବିଭାସ ରଂଜନ ସାହୁ, ସହଯୋଗ କରିଥିଲେ  ।
Comments (0)
Add Comment