ସିଦ୍ଧ ବଳରାମ ଜୀଉଙ୍କ ଘୋଡୋଲାଗି ଷଷ୍ଠୀ ପର୍ବ ପାଳିତ

ଏକ ମାସ ଧରି ବସନ୍ତ ପଞ୍ଚମୀ ଯାଏଁ ଚାଲୁ ରହିବ

ଢେଙ୍କାନାଳ:  କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ମନ୍ଦିର ପ୍ରାଙ୍ଗଣରେ ଆଜି ମାର୍ଗଶିର ମାସର ଷଷ୍ଠୀ ତିଥି କୁ ଘୋଡୋଲାଗି ରୂପେ ପାଳିତ ହୋଇଯାଇଛି । ସଂଧ୍ୟା ସମୟରେ ଠାକୁରଙ୍କୁ ସାଲ, ମଫଲର, ଶୀତ ବସ୍ତ୍ର ଠାକୁରମାନଙ୍କ ଠାରେ ଲାଗୁ କରାଯାଇଥିଲା । ରାତ୍ର ଧୂପରେଅନ୍ନ, ଡାଲମା, କ୍ଷୀରି, ପୁଳି, ଖୁମ୍ବ ଆଲୁରେ ଗୂଡ଼ ଲାଗି ଭଜା ହୋଇ ଏହି ଷଷ୍ଠୀ ରେ ଭୋଗ ଲାଗି କରାଯାଇଥାଏ ।

ଏହି ପର୍ବ ଦୀର୍ଘ ଏକମାସ ଧରି ବସନ୍ତ ପଞ୍ଚମୀ ଯାଏଁ ଚାଲୁ ରହିବା ସହ ସେଦିନକୁ ଓଲାଗି କରାଯିବ । ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କାହାଳିଆ ଟିକନ ବେହେରା ଓ ଜିମାଦାର  ବସନ୍ତ ରଥଙ୍କ ତତ୍ୱବାଧାନରେ ଏହି ରୀତିନୀତି ପାଳିତ ହୋଇଥିଲା ।

Comments (0)
Add Comment