ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ବୈଠକ

ଉତ୍ସାହି ଅନୁଷ୍ଠାନକୁ ଶହୀଦ ବାଜିରାଉତ ପୁରଷ୍କାର ପ୍ରଦାନ

ଢେଙ୍କାନାଳ : ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ତ୍ରୟମାସିକ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିପର୍ଯ୍ୟୟ ବେଳେ ଜନସାଧାରଣଙ୍କ ଧନଜୀବନ ରକ୍ଷା ସହ ଦୈନନ୍ଦିନ ଜୀବନ ଜୀବିକା ସ୍ୱାଭାବିକ କରିବା ପାଇଁ ସମସ୍ତ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ ସଂପୃକ୍ତ ବିଭାଗୀୟ ଅଧିକାରୀ ସମନ୍ୱୟ ରକ୍ଷାକରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଗତ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ରାସ୍ତାଘାଟ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟର ମରାମତି ଯଥାଶୀଘ୍ର ସାରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
ବୈଠକରେ କରୋନା ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା । ବିପର୍ଯ୍ୟୟ ମୁକାବିଲା ଓ ପରବର୍ତୀ ପଦକ୍ଷେପ ଗ୍ରହଣ ପାଇଁ ଯେଉଁ ଅନୁଷ୍ଠାନ ଭଲ କାମ କରିବେ ସେହି ଅନୁଷ୍ଠାନକୁ ପ୍ରଥମ କରି ଆରମ୍ଭ ହୋଇଥିବା ଶହୀଦ ବାଜି ରାଉତ ବିପର୍ଯ୍ୟୟ ପୁରସ୍କାର ପ୍ରତିବର୍ଷ ୧୦ ହଜାର ଟଙ୍କାର ଅର୍ଥରାଶି ପ୍ରାକୃତିକ ବିପର୍ଯ୍ୟୟ ଦିବସରେ ପ୍ରଦାନ କରାଯିବ ।

ଏହି କ୍ରମରେ ୨୦୨୧-୨୨ ଆର୍ଥିକ ବର୍ଷରେ ପଂଚାୟତସ୍ତରରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଯୋଜନା ପ୍ରଥମ କରି ଆରମ୍ଭ ହୋଇଛି । ଏହି ଅର୍ଥରାଶି ପଂଚାୟତର ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦକ୍ଷତା ବିକାଶ ପାଇଁ ଗ୍ରାମ ପଂଚାୟତ ଫେଡେରେସନ ଗଠନ କରାଯାଇ ବିପର୍ଯ୍ୟୟ ମୁକାବିଲାର ସଚେତନତା, ପ୍ରଶିକ୍ଷଣ ଏବଂ ୱାଲ୍ ପେଂଟିଂ କାର୍ଯ୍ୟରେ ବିନିଯୋଗ ହେବ । ଅଦିନିଆ ବର୍ଷାରେ କ୍ଷୟକ୍ଷତି ଓ ମରୁଡି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାସ, ଉପନିଦେ୍ର୍ଦାକ ସରୋଜ କୁମାର ସେଠୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉପନିଦେ୍ର୍ଦଶକ, ଉଦ୍ୟାନ ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଉପ ଆରକ୍ଷୀ ଅଧିକ୍ଷକ (ଡିଆଇବି) ପ୍ରମୁଖଙ୍କ ସମେତ ବିଭାଗୀୟ ଜିଲ୍ଲାସ୍ତରୀୟ ଅଦôକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଓସଡମାର ଜିଲ୍ଲା ପ୍ରୋଗ୍ରାମ ଅଫିସର ନିମେଇ ଚରଣ ଦାସ ପାୱାର ପଏଂଟ୍ ଉପସ୍ଥାପନ କରି ବିପର୍ଯ୍ୟୟ ସଂପର୍କରେ ବୈଠକରେ ଅବଗତ କରାଇଥିଲେ । ଶେଷରେ ଜିଲ୍ଲା ଆପାତକାଳିନ ଅଧିକାରୀ  ସ୍ନିଗ୍ଧଛାୟା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment