ବିବାହ ଆୟୋଜନକାରୀଙ୍କ ନାମରେ ଥାନା ରେ ମାମଲା ରୁଜୁ

କୋଭିଡ କଟକଣା ଉଲଂଘନ କରି ବିବାହ ଶୋଭାଯାତ୍ରା, ବାଜା ଜବତ, ଲାଇସେନସ ଚୁକ୍ତି ଖିଲାପ ନେଇ ଅଟକ

ଢେଙ୍କାନାଳ : ଢେଙ୍କାନାଳ ଟାଉନ ଥାନା ଅଞ୍ଚଳରେ କୋଭିଡ କଟକଣା ଉଲଂଘନ କରି ବିବାହ ଶୋଭାଯାତ୍ରା କୁ ରୋକିଛି ପୁଲିସ । ଥାନା ଅଧିକାରୀ ସୈାଭାଗ୍ୟ କୁମାର ସ୍ୱାଇଁ ଶୋଭାଯାତ୍ରା ରୁ ଉଚ୍ଚ ଶବ୍ଦ ସମ୍ପର୍ଣ୍ଣ ବଡକାଠ ବାଇଦ ଏବଂ ଶୋଭାଯାତ୍ରା ରେ ନିଆଯାଉଥିବା ଅନ୍ୟ ଉପକରଣ କୁ ଜବତ କରିଥିବା ସୂଚନା ଦେଇଛନ୍ତି । ଏଥି ସହିତ ବିବାହ ଶୋଭାଯାତ୍ରାକୁ ଯୋଗାଇଥିବା ଜିନିଷ ର ଲାଇସେନସ ପ୍ରାପ୍ତ ଭେଣ୍ଣର ମଣ୍ଣପା ସାହିର ଲିଟୁନ କୁମାର ସାହୁଙ୍କୁ ପୁଲିସ ଲାଇସେନସ ଚୁକ୍ତି ଖିଲାପ ନେଇ ଥାନା ରେ ଅଟକ ରଖିଛନ୍ତି ।  ବିବାହ ଆୟୋଜନକାରୀଙ୍କ ନାମରେ ଥାନା ରେ ମାମଲା ରୁଜୁ ହୋଇଛି ।

Comments (0)
Add Comment