ଆନ୍ଧ୍ରପ୍ରଦେଶ ମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗକୁ ଗ୍ରହଣ କଲେ ଜାତୀୟ ମାନବାଧିକାର କମିଶନର

ଆନ୍ଧ୍ର ଓ ଓଡିଶା ସରକାରଙ୍କୁ ଜବାବ୍ ତଲବ,ଗଜପତି ଏସ୍ପିଙ୍କୁ ତଦନ୍ତ କରିବା ପାଇଁ ନିଦେ୍ର୍ଦଶ ଓଡିଶା ପ୍ରଗତି ଦଳ ପକ୍ଷରୁ ତାଙ୍କ ବିରୋଧରେ ଏତଲା ଦିଆଯାଇଥିଲା

ଢେଙ୍କାନାଳ : କୋଟିଆ ପ୍ରସଙ୍ଗ ରେ ଆନ୍ଧ୍ର ପ୍ରଦେଶ ମନ୍ତ୍ରୀ ଅପାଳୁ ରାଜୁ ଓଡିଶା ସୀମାରେ ପଶି ଗଙ୍ଗାବାଡ ପଂଚାୟତର ଅଙ୍ଗନୱାଡିକୁ ଧ୍ୱଂସ କରିବା ଓ କାର୍ଯ୍ୟରତ ଓଡିଆ ଅଧିକାରୀଙ୍କୁ ହତ୍ୟା ଧମକ ଦେବା କାର୍ଯ୍ୟରେ ବାଧା ଦେବା ଓ ଅସାମ୍ବିଧାନିକ ଓ ଅଗଣତନ୍ତ୍ର ଉପାୟରେ କିଛି ଲୋକଙ୍କ ସହିତ ଓଡିଶା ସୀମାନ୍ତରେ ବିବାଦ ସୃଷ୍ଟି କରିବା ଆଦି କାର୍ଯ୍ୟକୁ ନିନ୍ଦା କରିବା ସହିତଗତ ୧୯.୦୯.୨୦୨୧ରିଖରେ ଢେଙ୍କାନାଳ ଟାଉନ୍ ଥାନାରେ ଓଡିଶା ପ୍ରଗତି ଦଳ ପକ୍ଷରୁ ତାଙ୍କ ବିରୋଧରେ ଏତଲା ଦିଆଯାଇଥିଲା ।

ଜାତୀୟ ମାନବାଧିକାର କମିଶନର, ଭାରତର ପ୍ରଧାନମନ୍ତ୍ରୀ ଓ ନିର୍ବାଚନ ଅଧିକାରୀଙ୍କ ପାଖକୁ ଓଡିଶା ପ୍ରଗତି ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଗିରିଜା ମହାନ୍ତି ଙ୍କ ପକ୍ଷରୁ ଅଭିଯୋଗ ଦାୟର କରାଯାଇଥିଲା । ଜାତୀୟ ମାନବାଧିକାର କମିଶନର କେଶ୍ ନଂ ୧୫୩୬୭/ଆଇ.ଏନ୍./୨୦୨୧ରେ ଅଭିଯୋଗକୁ ଗ୍ରହଣ କରିଥିଲେ । ଏବେ ଗତ ୩୦.୧୧.୨୦୨୧ରେ ଜାତୀୟ ମାନବାଧିକାର କମିଶନର ଉକ୍ତ କେଶ୍କୁ ପଞ୍ଜିକୃତ କରିବା ସହିତ ଗ୍ରହଣ କରି ୨.୧୨.୨୦୨୧ରିଖରେ ଉଭୟ ସରକାର ଆନ୍ଧ୍ର ପ୍ରଦେଶ ଓ ଓଡିଶା ଏବଂ ଗଜପତି ଏସ୍ପିଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।

ଜାତୀୟ ମାନବାଧିକାର କମିଶନର ଓଡିଶାରେ ଆନ୍ଧ୍ରମନ୍ତ୍ରୀ ଆସି ଯେଉଁ ବେଆଇନ୍ କାର୍ଯ୍ୟ କରିବା ସହିତ ଓଡିଶା ସ୍ୱାଭୀମାନ ସହିତ ଯେଉଁ କୁଠାରଘାତ କରିଥିଲେ, ସେଥିପାଇଁ ମାନବାଧିକାର କମିଶନର ଉଚିତ୍ ପଦକ୍ଷେପ ନେବା ସହିତ ତଦନ୍ତ ନିଦେ୍ର୍ଦଶ ଦେବା ସହିତ ଉଭୟ ସରକାରଙ୍କୁ ଯେଉଁ ଜବାବ୍ ତଲବ କରିଛନ୍ତି ତାହା ଓଡିଶାବାସୀଙ୍କ ପାଇଁ ସମ୍ମାନ ବୋଲି ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ଏହି ନ୍ୟାୟିକ ଲଢେଇରେ ଓଡିଶା ପ୍ରଗତି ଦଳ ଓଡିଶାର ସୀମା ଓ ସ୍ୱାଭିମାନ ପାଇଁ ସାଢେ ୪ କୋଟି ଲୋକଙ୍କ ଆଶୀର୍ବାଦ ଓ ସହଯୋଗରେ ଲଢେଇ ଜାରି ରହିବ ବୋଲି ଆବେଦନକାରୀ  ଓଡିଶା ପ୍ରଗତିଦଳ କାର୍ଯ୍ୟକାରୀ ସଭାପତି ଗିରିଜା ପ୍ରସାଦ ମହାନ୍ତି କହିଛନ୍ତି । ଏହି ମାମଲାକୁ ଆଇନ୍ଜୀବୀ ବୈକୁଣ୍ଠନାଥ ଦ୍ୱିବେଦୀ ପରିଚାଳନା କରୁଛନ୍ତି ।

Comments (0)
Add Comment