ମହିଳା ହିଂସା ନିରୋଧ ସଚେତନତା

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମାଣିପୁର ଏବଂ ସହରର ଦକ୍ଷିଣକାଳୀ କଲୋନୀ ସାହିରେ ମହିଳା ହିଂସା ନିରୋଧ ସଚେତନତା କାର୍ଯ୍ୟକ୍ରମ ଢେଙ୍କାନାଳ ସଖି ୱାନ ଷ୍ଟପ ସେଣ୍ଟର ପକ୍ଷରୁ ଅନୁଷ୍ଟିତ ହୋଇଯାଇଛି । ମହିଳା ମାନଙ୍କ ପ୍ରତି ହେଉଥିବା ବିଭିନ୍ନ ପ୍ରକାର ହିଂସା, ନିର୍ଯାତନା, ଅନ୍ୟାୟ ଓ ଶୋଷଣ ବିରୋଧରେ ମହିଳା ମାନେ ସ୍ୱର ଉତ୍ତୋଳନ କରିବାକୁ ସଚେତନ ସଭାରେ ଆହ୍ୱାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଖି ୱାନ ଷ୍ଟପ ସେଣ୍ଟର ମନୋସ୍ତାତ୍ୱିକ ଓ ସାମାଜିକ ପରାମର୍ଶଦାତ୍ରୀ ରଂଜିତା କର, ନିରୁପମା ସାମଲ , ନିବେଦିତା ସାହୁ, ଆଇନକର୍ମୀ ଅନସୂୟା ମିଶ୍ର, ଆରତୀ ମହାଭୋଈ, ସୈାଭାଗ୍ୟ ମଂଜରୀ ପାଣୀ ପ୍ରମୁଖ ସଚେନତା କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳା ଓ ପୁରୁଷ ମାନଙ୍କୁ ମହିଳା ହିଂସାକୁ ପ୍ରଶୟ ନଦେଇ ବିରୋଧ କରିବାକୁ ଶପଥପାଠ କରାଇଥିଲେ ।

Comments (0)
Add Comment