Take a fresh look at your lifestyle.

ସିଦ୍ଧ ବଳରାମଜୀଉଙ୍କ ବସ୍ତ୍ର ଓଲାଗି ନୀତି ସମାପନ

0 17

ଢେ଼ଙ୍କାନାଳ: ଢେ଼ଙ୍କାନାଳ ଜିଲ୍ଲା କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଘୋଡ଼ଲାଗି ଷଷ୍ଠୀ ଠାରୁ ଲାଗି ହୋଇଥିବା ବସ୍ତ୍ର ଓଲାଗି କରାଯାଇଛି। ବସନ୍ତ ପଞ୍ଚମୀ ଉପଲକ୍ଷେ ଓଲାଗି ନୀତି ସମାପନ କରାଯାଇଛି।

ଦୀର୍ଘ ଏକ ମାସ ଧରି ଲାଗି ହୋଇଥିବା ଵସ୍ତ୍ର ଆଜି ସନ୍ଧ୍ୟା ଆଳତୀ ପରେ ଓଲାଗି କରାଯାଇଛି। ଘୋଡ଼ଲାଗି ଷଷ୍ଠୀ ଦିନ ଖମ୍ବଆଲୁରେ ଗୂଡ଼ ଲାଗି ଭୋଗ ହୋଇଥିଲା, ଆଜି ଓଲାଗି ଦିନ ଆରିସା ପିଠା ଭୋଗ ଲାଗି କରାଯାଇଥିଲା।

ପୂଜକ ଭାଗୀରଥି ପଣ୍ଡା, କାହାଳିଆ ଟିକନ ବେହେରା, ପାଳିଆ ସେବକ ସମ୍ଭୁନାଥ ମହାପାତ୍ର ଓ ଜୀମ୍ମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହୀ ଉପସ୍ଥିତ ଥିଲେ।

- Advertisement -

Leave A Reply

Your email address will not be published.